Balaram Pujari
ଆଦିଭୂମି ମାଲକାନଗିରି ମାଟିରୁ କବିତାରେ କବିତାରେ ସମାଜକୁ ଶ୍ୱେତପତ୍ର ଜାରି କରିଛନ୍ତି କବି ବଳରାମ ପୂଜାରୀ। ବୃତ୍ତିରେ ଶିକ୍ଷକ ଶ୍ରୀ ପୂଜାରୀ ନିଜ ଲେଖନୀ ମାଧ୍ୟମରେ ସାମାଜିକ ବିଲକ୍ଷଣ ଉପରୁ ମୁଖା ଖୋଲିଛନ୍ତି ଓ ନିରୀହ ମଣିଷର କଅଁଳ ଜୀବନର କଢ଼ିକୁ ଦେଇଛନ୍ତି ପ୍ରସ୍ଫୁଟିତ ହେବାର ଶବ୍ଦଜ ସୁଯୋଗ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୁଡ଼ୁମୁଲୁଗୁମ୍ମାରେ ଜନ୍ମିତ କବି ବଳରାମଙ୍କ କବିତାରେ ପ୍ରକୃତି ଓ ପ୍ରକୃତି ସହ ଜଡ଼ିତ ମଣିଷର ସ୍ୱର ବେଶ୍ ସ୍ପଷ୍ଟ। ତାଙ୍କ କବିତାରେ ଶବ୍ଦର ଚାତୁର୍ଯ୍ୟ ନାହିଁ, ଅଥବା ନାହିଁ ଦୁର୍ବୋଧ୍ୟ ଉପମା ଓ ଅଳଙ୍କାରର ବୋଝ। ଛଳଛଳ ଛବିଳ ଆବେଗ ସବୁ ଶବ୍ଦ ହୋଇ ଫେଣ୍ଟି ହୋଇଯାଇଛନ୍ତି ବଳରାମଙ୍କ କବିତାରେ। ସହଜ, ସରଳ ଓ ସାମାନ୍ୟ ପରିସର ଭିତରେ ସୃଜନର ବହୁବିଧ ଚିତ୍ର ଓ ଚରିତ୍ରଙ୍କୁ କବିତାର କାରାଗାରରେ କୈଦ୍ କରିଛନ୍ତି କବି ବଳରାମ। ‘ଶ୍ୱେତପତ୍ର’ ତାଙ୍କର ପଞ୍ଚମ କବିତା ସଙ୍କଳନ। ପୂର୍ବରୁ ‘ଶବ୍ଦବ୍ରହ୍ମ’, ‘ମେଘଲଗ୍ନା’, ‘ମାଟିମଗ୍ନା’ ଓ ‘ଈଶ୍ୱରଙ୍କ ଭାଡ଼ି’ ଭଳି କବିତା ସଂକଳନ ପାଇଁ ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ପରିଚିତି ପାଇଥିବା ବଳରାମ ପୂଜାରୀଙ୍କର ଏ ଶ୍ୱେତସ୍ତବକ କବିତାର ମହାମଞ୍ଚରେ ସତ୍ୟର ସାକ୍ଷ୍ୟଦେବ ଅବଶ୍ୟ।
Showing 1 to 3 of 3 (1 Pages)